ବନବିଭାଗ ଚଢାଉ ପୂର୍ବରୁ ମାଫିଆ ଫେରାର, କାଠ ଜବଦ କଲା ବନବିଭାଗ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଟଭାସରୁଆ ଗ୍ରାମରେ ଝାଡଖଣ୍ଡି କାଠ ମାଫିଆ ମାନେ ଗହ୍ମାରି ଗଛ କାଟୁଥିବା ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ , ସାହାରପଡ଼ା ବନପାଳ ମୋହିନୀ ମହାନ୍ତ, ବନରକ୍ଷୀ ନାଲମଣି ଜେନା ପ୍ରମୁଖ ଘଟଣା ସ୍ଥଳରେ ଚଢାଉ କରିଥିଲେ। ତେବେ ଚଢାଉ ପୂର୍ବରୁ କାଠ ମାଫିଆମାନେ ଫେରାର ହୋଇଯାଇଥିବା ବେଳେ ବନବିଭାଗ ସେଠାରୁ ୧୦ ଖଣ୍ଡ ପଟା ଓ ୩ ଖଣ୍ଡ ଗହ୍ମାରୀ ଗଛ ଗଡ ଜବଦ କରି ବନ କାର୍ୟ୍ୟଳୟକୁ ଆଣିଥିବା ସୂଚନା ମିଳିଛି।

Comments are closed.