ତେଣ୍ଡରାରୁ ଲକ୍ଷ ଲକ୍ଷ ଟଙ୍କାର ଚୋରା ଶାଗୁଆନ କାଠ ଜବଦ

ପାଟଣା: କେନ୍ଦୁଝର ଏସିଏଫ ଅଜୟ କୁମାର ସାହୁ, ଘଟଗାଁ ବନାଞ୍ଚଳ ଅଧିକାରୀ ପ୍ରଭାତ କୁଅଁର, ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତଙ୍କ ନେତୃତ୍ୱରେ ଚଢାଉ କରାଯାଇ ପାଟଣା ବନାଞ୍ଚଳ ସାହାରପଡ଼ା ବ୍ଲକ ତେଣ୍ଡରା ଜଙ୍ଗଲ ମଧ୍ୟରେ ମନୋଜ ବର୍ମା(୪୩) ଙ୍କ ଘରୁ ୧୦୦ ଖଣ୍ଡ ଶାଗୁଆନ ପଟ୍ଟା, ୪୫-୫୦ ଟି ଲଗ ଜବତ କରାଯାଇଛି।

ବନବିଭାଗ ଏହି ମୂଲ୍ୟବାନ କାଠ ଗୁଡ଼ିକ ଜବତ କରି ବନ ବିଭାଗ କାର୍ଯ୍ୟାଳୟକୁ ଆଣିଛି। ଏହି କାଠକୁ ଗଚ୍ଛିତ ରଖିଥିବା ମନୋଜ ବର୍ମାଙ୍କୁ ମଧ୍ୟ ଗିରଫ କରିଛି। ଜବଦ କାଠ ଗୁଡ଼ିକୁ ବନବିଭାଗ କାର୍ଯ୍ୟଳୟକୁ ଅଣାଯାଇ ମାପଚୁପ କରାଯାଉଛି। ଜବତ କାଠର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

Comments are closed.