ବାହା ହେବାକୁ ଜିଦ୍ କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଦହିବାହାଳି ଗ୍ରାମର ଗୁରୁବାର ଅପରାହ୍ନରେ ଜଣେ ଯୁବକ ବାହା ହେବାକୁ ଜିଦ୍ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଦେଶରେ ଲଗଡାଉନ୍ ସମୟରେ ବାହାଘର କରିବାକୁ ବାପା ଅରାଜି ହେବାରୁ ଯୁବକ ଜଣକ କୂଅକୁ ଡେଇଁଥିବା ବେଳେ ପାଟଣା ଅଗ୍ନିଶମ ବାହିନୀ ଗୁରୁତର ଅବସ୍ଥାରେ କୂଅରୁ ଯୁବକଙ୍କୁ ଉଦ୍ଧାର କରିଛି।
ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣଙ୍କ ଦହିବାହାଳିର କାଳିଆ ନାଏକଙ୍କ ପୁଅ ପ୍ରକାଶ ନାଏକ (୨୨)। ହଜାରେ ଟଙ୍କା ଦେଲେ ସେ ବାହା ହେବେ ବୋଲି ଜିଦ୍ କରିବାରୁ ଘରେ ଟଙ୍କା ଦେବାକୁ ମନା କରିଥିଲେ । ଏଥିରେ ରାଗିଯାଇ ପ୍ରକାଶ କୂଅକୁ ଡେଇଁ ପଡିଥିଲେ । ଗୁରୁତର ହୋଇପଡିଥିବା ପ୍ରକାଶକୁ ଉଦ୍ଧାର କରାଯାଇ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ସେ ବିପଦମୁକ୍ତ ଥିବା ଜଣାପଡିଛି ।