ଚୋରା କାଠ ଜବତ କଲା ବନବିଭାଗ

ପାଟଣା: ସାହାରପଡ଼ା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ ଓ ଅନ୍ୟ ଆରକ୍ଷୀଙ୍କ ସହଯୋଗରେ ସାହାରପଡ଼ା ବନପାଳ ମୋହିନୀ ମହାନ୍ତ, ଭୋଳପଡ଼ା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ୪ ଖଣ୍ଡ ଶାଗୁଆନ କାଠ, ଏକ ଖଣ୍ଡ ଗହ୍ମାରି କାଠ ଓ ୧ଟି ଶାଳ ଗଡ଼ି ସହ ୨୦ ଖଣ୍ଡ ଚଉ କାଠ ଜବତ କରିଛି। ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ବନବିଭାଗର ଜଣେ କର୍ମଚାରୀ ଏହି କାଠ ଆଣି ରଖିଥିବା ଅଭିଯୋଗ ଥିବାରୁ ପ୍ରକୃତ ସତ୍ୟାସତ୍ୟ ଉପରେ ବନବିଭାଗର ଉଚ୍ଚ ସ୍ତରୀୟ ଅଧିକାରୀ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Comments are closed.