ବ୍ୟାପକ ପୋଚ ଓ ମହୁଲି ମଦ ଜବଦ, ୩ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର କେନ୍ଦୁଝରରୁ ଭ୍ରାମ୍ୟମାଣ ଅବକାରୀ ଚଢ଼ାଉ ଦଳର ଅବକାରୀ ନୀରିକ୍ଷକ ନିମାଇଁ ଚରଣ ସିଂହ, ସଦର ଅବକାରୀ ଥାନା ଅଧିକାରୀ ଦିଲେଶ୍ୱର ନାୟକ, ପାଟଣା ଅବକାରୀ ଥାନାଧିକାରୀ ଦିଲିପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ବିଭିନ୍ନ ଗ୍ରାମରେ ଚଢ଼ାଉ କରି ମୋଟ ୩୧ଲିଟର ମହୁଲି ମଦ ଜବଦ କରିବା ସହ ଭଲିଆଡ଼ିହା ଗ୍ରାମର ଅର୍ଜୁନ ବେହେରା (୩୨), ରାଧାପୁର ଗ୍ରାମର ରିଆମାଳି ମାଝୀ (୪୨) ଓ ପ୍ରିୟା ମାଝୀଙ୍କୁ ଗିରଫ କରିଛି।

ସେହିପରି ଭାଲିଆଡ଼ିହା କରମଗୁଠ ସାହିରେ ଚାଲିଥିବା ଚୋରା ମଦଭାଟି, ଚୁନୁ ସାହିରେ ଚାଲିଥିବା ମଦଭାଟି ଓ ରାଧାପୁର ଚୋରା ଭାଟିରେ ଚଢାଉ କରି ମୋଟ ୧୩ ଶହ ୨୦କେଜି ମହୁଲ ପୋଚ ଜବଦ କରି ନଷ୍ଟ କରିବା ସହ ବ୍ୟାପକ ମଦ ରନ୍ଧା ସାମଗ୍ରୀ ଓ ମଦ ଗଚ୍ଛିତ ରହୁଥିବା ପ୍ଲାଷ୍ଟିକ ଡ୍ରମ ଆଦିକୁ ଅବକାରୀ ବିଭାଗ ଜବତ କରିଛି।

Comments are closed.