ଦୁଇ କାଜୁ ବୋଝେଇ ପିକଅପ ଜବତ, ୨୩ ହଜାର ଜୋରିମାନା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଚୋରା କାଜୁ ବେପାର ହୋଇ ଆସୁଥିବା ବେଳେ ମଙ୍ଗଳବାର ପ୍ରଥମ ଥର ପାଇଁ ତୁରୁମୁଙ୍ଗା ଥାନାଧିକାରୀ ବୈଦ୍ୟନାଥ ସାହୁ ଏଥିରେ ଅଙ୍କୁଶ ଲଗାଇଛନ୍ତି। ତେଲକୋଇ ଅଞ୍ଚଳରୁ ଦୁଇଟି ପିକପ୍ ରେ ଚୋରା ରେ କାଜୁ ବୋଝେଇ କରି ଆସିଥିବା ଗାଡ଼ିକୁ ଜବତ କରାଯାଇ ଥାନା ପକ୍ଷରୁ କେନ୍ଦୁଝର ବିକ୍ରୟ ଅଧିକାରୀଙ୍କୁ ସୂଚନା ମିଳିବା ପରେ ପିକଅପ ଦୁଇଟିକୁ ୨୩ ହଜାର ଜୋରିମାନା କରାଯାଇଛି।

Comments are closed.