ପାଟଣାରେ କରୋନା କଟକଣା ନ ମାନି ତଣ୍ଡ ଗଣିଲେ ଅମାନିଆ

ପାଟଣା : ତାଲା ବନ୍ଦ ସମୟରେ କରୋନା କଟକଣା କୁ ନମାନି ପାଟଣା ବଜାର ଆସୁଥିବା ଅମାନିଆଙ୍କ ଉପରେ ସ୍ଥାନୀୟ ପ୍ରଶାସନ ଆଜି ଠାରୁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଯେଉଁ ଅମାନିଆ ବାଇକ୍ ଚାଳକ ବାଇକ୍ ଧରି ବଜାର ଆସୁଛନ୍ତି ସେମାନଙ୍କୁ ପ୍ରଶାସନ ପକ୍ଷରୁ ଜୋରିମାନା କରାଯାଇଛି । ଆଜି ପାଟଣାରେ ତହସିଲଦାର ତାପସ କୁମାର ଦେହୁରୀ , ରାଜସ୍ବ ନୀରିକ୍ଷକ ସତ୍ୟବ୍ରତ ସାହୁ ଓ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ, ଆରକ୍ଷୀ ଉପ ନୀରିକ୍ଷକ ଶିବଶଙ୍କର ଆଲଦା, ରଣଜିତ ପଟ୍ଟନାୟକ ପ୍ରମୁଖ କରୋନା କଟକଣା ଭାଙ୍ଗୁଥିବା ବାଇକ୍ ଚାଳକ ଙ୍କ ଠାରୁ ୪୬ ଶହ ଟଙ୍କା ଜୋରିମାନା ଆଦାୟ କରିଛନ୍ତି ।

Comments are closed.