ବାରାହା ଆକ୍ରମଣରେ ଗାଇଚରାଳୀ ଗୁରୁତର

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାମନ୍ତରାପୁର ଗ୍ରାମ ଫୁଲପଡା ସାହି ନିକଟରେ ଗାଇ ଚରାଉଥିବା ଗୋଳାବନ୍ଧ ଗ୍ରାମର ଜଳଧର ମୁଣ୍ଡା(୬୦) ଏକ ଘାଇଲା ବାରାହା ଆକ୍ରମଣରେ ଗୁରୁତର ହୋଇଛନ୍ତି । ମଙ୍ଗଳବାର ଅପରାହ୍ନରେ ପାଖାପାଖି ୧ଟା ସମୟରେ ହଳଧର ମୁଣ୍ଡା ଗାଇ ଚରାଉଥିବା ଯାଗାରେ ଖାଉଥିବା ସମୟରେ ଜଙ୍ଗଲରେ ଶୀକାରୀଙ୍କ ଆକ୍ରମଣରେ ଘାଇଲା ହୋଇ ଆସିଥିବା ଏକ ବାରାହା ଜଳଧରଙ୍କୁ ଆକ୍ରମଣ କରି ତାଙ୍କ ପେଟରୁ ଅନ୍ତ ବୁଜୁଳା ବାହାର କରିଦେବା ସହ ମୁହଁ ଓ ମୁଣ୍ଡ କାମୁଡ଼ି ଗୁରୁତର କରିଥିଲ।। ଜଳଧରଙ୍କୁ ଆକ୍ରମଣ ପରେ ବାରାହାର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଜଳଧରଙ୍କୁ ଉଦ୍ଧାର କରି କେନ୍ଦୁଝର ମେଡିକାଲ ପଠାଯାଇଛି । ଗୋଳାବନ୍ଧ ଗ୍ରାମର ଜଳଧର ଛତିଆ ଗ୍ରାମରେ ରହି ଲୋକଙ୍କ ଗାଇ ଚରାଉଥିଲେ।

Comments are closed.