ରାଜେନ୍ଦ୍ର ସ୍ବାଇଁ ପାଟଣା ଥାନା ର ନୂତନ ଥାନାଧିକାରୀ

ପାଟଣା  : କେନ୍ଦୁଝର ଜିଲ୍ଲା ପାଟଣା ଥାନା ର ନୂତନ ଥାନାଧିକାରୀ ଭାବେ ରାଜେନ୍ଦ୍ର ସ୍ବାଇଁ ଆଜି ପୂର୍ବାହ୍ନ ରେ କାର୍ୟ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ଯୋଡା ବ୍ଲକ ବାମେବାରି ଥାନା ରେ କାର୍ୟ୍ୟରତ ଥିଲେ । ଜଣେ ସରଳ ଅମାୟିକ ବ୍ୟକ୍ତିତ୍ଵ ଭାବେ ଜଣାଶୁଣା ନୂତନ ଥାନାଧିକାରୀ ଶ୍ରୀ ସ୍ବାଇଁ ଙ୍କୁ ଆଜି ପାଟଣା ଥାନାରେ କାର୍ୟ୍ୟରତ ଆରକ୍ଷୀ ଉପନୀରିକ୍ଷକ ଶିବଶଙ୍କର ଆଲଦା , ରଣଜିତ୍ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ମାନେ ସ୍ବାଗତ କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବତନ ଥାନାଧିକାରୀ ସୋମନାଥ ଜେନା ଙ୍କର ଆରକ୍ଷୀ ଉପାଧ୍ୟକ୍ଷ କୁ ପଦୋନ୍ନତି ସହ ବାରିପଦା କୁ ବଦଳି ହେବା ପରେ ପାଟଣା ଥାନାଧିକାରୀ ପଦ ଖାଲି ପଡିଥିଲା । ଆଜି ନୂତନ ଥାନାଧିକାରୀ ଭାବେ ରାଜେନ୍ଦ୍ର ସ୍ବାଇଁ ଯୋଗ ଦେଲେ ।

Comments
Loading...