ଅବକାରୀ ଚଢ଼ାଉ : ମଦ ଜବତ, ୫ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ପାଟଣା ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଅବକାରୀ ଚଢ଼ାଉ ସମୟରେ ୫ଲିଟର ୯୪୦ମିଲି ବିଦେଶୀ ମଦ ଜବତ କରାଯିବା ସହ ଚୋରା ମହୁଲି ଓ ବିଦେଶୀ ମଦ ବିକ୍ରି ଅଭିଯୋଗରେ ଅବକାରୀ ବିଭାଗ ୫ଜଣଙ୍କୁ ଗିରଫ କରିଛି । ବରବେଡା ଛକ ଚାତରପାଣିର ଜଗନ୍ନାଥ ନାଏକଙ୍କ ଠାରୁ ୧୫ଟି ବିଦେଶୀ ମଦ, ସିଲିପଦାର କୁନି ମହାନ୍ତ, ଖୁଣ୍ଟାପଡାର ଘନସ୍ୟାମ ମୁଣ୍ଡା , ଖିରେଇଟାଙ୍ଗିରୀର ଆଷିଶ ପ୍ରଧାନ ଓ ଟାଙ୍ଗରପଡାର ମଙ୍ଗୁଳୀ ମୁଣ୍ଡାଙ୍କ ଠାରୁ ମୋଟ ୪୦ଲିଟର ମହୁଲି ମଦ ଅବକାରୀ ବିଭାଗ ଜବତ କରିବା ସହ ସମସ୍ତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଅବକାରୀ ସବ୍ଇନ୍ସପେକ୍ଟର ଦୀଲିପ୍ କୁମାର ତାଣ୍ଡି ସୂଚନା ଦେଇଛନ୍ତି।

Comments are closed.