ଘଟଗାଁ ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ

ପାଟଣା: ସତ୍ୟ ନାରାୟଣ ଉଚ୍ଚ ବିଦ୍ୟାଳୟ ଢେଙ୍କିକୋଟ ଠାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫକିର ଚରଣ ସାହୁଙ୍କ ସଭାପତିତ୍ବରେ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦୁଝର ଓଷ୍ଟା ଜିଲ୍ଲା ସମ୍ପାଦକ କ୍ଷୀରୋଦ ରାଉତ, ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ସାମଲ, ଜିଲ୍ଲା ଯୁଗ୍ମ ସମ୍ପାଦକ ଜ୍ଞାନ ରଞ୍ଜନ ଦେଓ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପୁର୍ଣ୍ଣ କୋଭିଡ କଟକଣା ମାନି ଆଗାମୀ ୩ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା।

ସଭାପତି ଭାବରେ ପ୍ରମୋଦ କୁମାର ପଲେଇ, ଉପସଭାପତି ଭାବରେ ଫକିର ଚରଣ ସାହୁ, ତିଳୋତ୍ତମା ଦେଈ, ସମ୍ପାଦକ ଭାବରେ ମନୋଜ କୁମାର ପଣ୍ଡା, ସହ-ସମ୍ପାଦକ ଭାବରେ ଭୀମସେନ ସାହୁ, ବିନୋଦ ବିହାରୀ ସେଠୀ, ଅନୀତା ଦାସ ମନୋନୀତ ହୋଇଛନ୍ତି। ଏହି ସମ୍ମିଳନୀରେ ତ୍ରିଲୋଚନ ମହାନ୍ତ, ଭକ୍ତବତ୍ସଳ ମିଶ୍ର, ମୂରଲୀଧର ମହାକୁଡ଼, ଚନ୍ଦ୍ର ଶେଖର ମଲ୍ଲିକ ଓ ଅନ୍ୟ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।

Comments are closed.