କାଜୁ ଜଙ୍ଗଲରେ ନିଆଁ, ପରିସ୍ଥିତି ଅଣାୟତ୍ତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବୁଢିକାପୁଡି ପଞ୍ଚାୟତ ପୁଟୁଗାଁ ଗ୍ରାମର କାଜୁ ଜଙ୍ଗଲରେ ମଗଲବର ସଂନ୍ଧ୍ୟାରେ କୈାଣସି କାରଣରୁ ନିଆଁ ଲାଗି ଯାଇଥିଲା। ପବନ କାରଣରୁ ନିଆଁ କ୍ଷିପ୍ର ଗତିରେ କାଜୁ ଜଙ୍ଗଲ ସାରା ବ୍ୟାପିବା ସହ ନିଆଁ ନିକଟରେ ଥିବା ଆକାଶିଆ ଜଙ୍ଗଲକୁ ମାଡିଯାଇ ପରିସ୍ଥିତି ଅଣାୟତ୍ତ ହୋଇଛି। ଏହା ଦେଖି ଲୋକେ ପାଟଣା ଅଗ୍ନିଶମ ବାହିନୀ ଓ ବନବିଭାଗ କୁ ଖବର ଦେଇଥିଲେ।

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ବନବିଭାଗ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ବହୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନାହାଁନ୍ତି। ନିଆଁ ଚାରିଆଡେ ବ୍ୟାପି ଯାଇ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।

Comments are closed.