ଝାଟିପଡାରେ ପାଳଗଦାରୁ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ସାହିବାସୀ

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର ଝାଟିପଡା ସାହିରେ ଆଜି ଅପରାହ୍ଣରେ ଗ୍ରାମର ଧରଣୀଧର ବାରିକଙ୍କ ଦୁଇଟି ବଡ ପାଳଗଦାରେ କୌଣସି କାରଣରୁ ନିଆଁ ଲାଗି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ପବନ ବହିବା କାରଣରୁ ନିଆଁ ଆଖପାଖ ଘରକୁ ନିଆଁ ବ୍ୟାପିବା ଆଶଙ୍କାରେ ଲୋକେ ଭୟଭୀତ ହୋଇ ପଡିଥିଲେ। ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଗ୍ରାମବାସୀମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।

 

ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଅଗ୍ନିଶମ ବାହିନୀ ସଠିକ ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ସାହିବାସୀ ବଡ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି।

Comments are closed.