ପତ୍ନୀ ପଲ୍ଲବୀ ନିଖୋଜ, ଥାନାରେ ଅଭିଯୋଗ କଲେ ସ୍ବାମୀ ସୌମ୍ୟରଞ୍ଜନ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗ୍ରାମର ଜଣେ ୨୪ ବର୍ଷୀୟା ବିବାହିତା ମହିଳା ପଲ୍ଲବୀ ପ୍ରଧାନ ଓ ତାଙ୍କ ଅଢେଇ ବର୍ଷର ଝିଅ ଯସ୍ମୀନ ଶନିବାର ରାତ୍ରିରୁ ନିଖୋଜ ହୋଇଥିବା ନେଇ ପାଟଣା ଥାନାରେ ମହିଳାଙ୍କ ସ୍ବାମୀ ସୌମ୍ୟ ରଞ୍ଜନ ନାଏକ ଅଭିଯୋଗ କରିଛନ୍ତି।
ସୌମ୍ୟରଞ୍ଜନଙ୍କ ଅଭିଯୋଗ ଅନୁଯାୟୀ ଶନିବାର ରାତିରେ ଉଭୟ ସ୍ୱାମୀ ସ୍ତ୍ରୀ ଗାଁରେ ଜଣକ ଘରେ ଭୋଜି ଖାଇ ସାରିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସୌମ୍ୟରଞ୍ଜନ ପଲ୍ଲବୀଙ୍କୁ ଗାଳି ଗୁଳଜ କରିଥିଲେ। ଉକ୍ତ ଦିନ ରାତି ପଲ୍ଲବୀ ଝିଅକୁ ନେଇ କେଉଁ ଆଡେ ଚାଲି ଯାଇଛନ୍ତି। ବନ୍ଧୁ ବାନ୍ଧବ ସମ୍ପର୍କୀୟଙ୍କ ଘର ସହ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର କୈାଣସି ସନ୍ଧାନ ପାଇନାହାନ୍ତି ବୋଲି ସେ ପାଟଣା ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ଏନେଇ ପାଟଣା ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।