ପିଆଶାଳ କାଠ ବୋଝେଇ ମିନିଟ୍ରକ ଜବତ କଲା ପାଟଣା ବନବିଭାଗ

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହାରପଡା ବ୍ଲକ ଦୁବେଇପେଣ୍ଠ ନିକଟସ୍ଥ ନିଶ୍ଚିନ୍ତପୁର କାଜୁଜଙ୍ଗଲ ନିକଟରୁ ପାଟଣା ବନବିଭାଗ ୪୦ ଖଣ୍ଡ ପିଆଶାଳ କାଠ ବୋଝେଇ ଓଡି-୦୯-ଏଚ-୦୦୪୧ ନମ୍ବର ବିଶିଷ୍ଟ ମହିନ୍ଦ୍ରା ମାକ୍ସି ଟ୍ରକକୁ ଜବତ କରିଛି। ଚୋରା କାଠ ଚାଲାଣ ସମ୍ପର୍କରେ ଖବରପାଇ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କ ନିର୍ଦେଶରେ ସାହାରପଡା ବନପାଳ ସୁନୀତା ବଘେଲ, ଉଦୟପୁର ବନରକ୍ଷୀ କୁନ୍ତଳା ମହାନ୍ତ ଓ ରାଇଡିହା ବନରକ୍ଷୀ ନିରୁପମା ମହାକୁଡଙ୍କ ସହ ବନ ବିଭାଗ ପାରାଷ୍ଟାଫ ଏହି କାଠ ଗାଡିଟିକୁ ବିଲ୍ଲା ଛକରୁ ଗୋଡେଇ ଗୋଡେଇ ନିଶ୍ଚିନ୍ତପୁର ନିକଟରୁ ଧରି ପାଟଣା ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। କାଜୁ ଜଙ୍ଗଲରେ କାଠ ବୋଝେଇ ଗାଡି ଛାଡି ଚାଳକ ଚମ୍ପଟ ମାରିଥିବା ଜଣାପଡିଛି।

Comments are closed.