ଅବକାରୀ ବିଭାଗର ଚଢ଼ାଉ: ୨୦୫ ଲିଟର ମହୁଲି ମଦ ଜବତ, ୩ ଗିରଫ

ପାଟଣା: ଗୁରୁବାର ଅପରାହ୍ନରେ କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ କେନ୍ଦୁଝର ଅବକାରୀ ବିଭାଗ ମୋବାଇଲ ସ୍କ୍ବାର୍ଡ଼ ପକ୍ଷରୁ ବିଭିନ୍ନ ଗ୍ରାମରେ ଅବକାରୀ ଚଢ଼ାଉ କରି ମୋଟ ୨୦୫ ଲିଟର ମହୁଲି ମଦ ଜବତ କରିବା ସହ ୮ହଜାର ଲିଟର ପୋଚ ନଷ୍ଟ କରାଯାଇଛି। ଗିରଫ ୩ ବ୍ୟକ୍ତି ହେଉଛନ୍ତି ପଳାଶପଡାର ନରେନ୍ଦ୍ର ମାଝୀ, ମାଛଗଡ଼ର ହୀରାଲାଲ ମହାନ୍ତ ଓ କୁଣ୍ଢେଇପଡାର ସୁଜି ମାଝୀ ବୋଲି ଜଣାପଡିଛି। ଏମାନଙ୍କ ଠାରୁ ଯଥାକ୍ରମେ ୮,୯ ଓ ୮ ଲିଟର ମହୁଲି ମଦ ଜବତ ହୋଇଥିବା ବେଳେ ଜାରକିନାଳି ଓ ଅନ୍ୟ କେତେକ ସ୍ଥାନରୁ ଚୋରା ମଦଭାଟି ଭାଙ୍ଗିବା ସହ ସେଠାରୁ ୧୮୦ ଲିଟର ମହୁଲି ମଦ ଜବତ ସହ ମଦ ରନ୍ଧା ସରଞ୍ଜାମ ଜବତ କରାଯାଇଛି। ଅବକାରୀ ବିଭାର ଏହି ଚଢ଼ାଉରେ ସଦର ଅବକାରୀ ଇନ୍ସପେକ୍ଟର ନିମାଇଁ ଚରଣ ସିଂ ଓ ମୋବାଇଲ ସ୍କ୍ବାର୍ଡ଼ ସବ ଇନ୍ସପେକ୍ଟର ରୋହିତ କୁମାର ନାଏକ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.