ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ପାଟଣା : ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ଗ୍ରାମରେ ଆଜି ମଧ୍ୟାହ୍ନ ରେ ପୋଖରୀରେ ବୁଡି ଜଣେ ବୃଦ୍ଧ ଙ୍କର ମୃତ୍ୟୁ ଘଟିଛି । ମୃତ ବୃଦ୍ଧ ଜଣଙ୍କ ଖୁଣ୍ଟାପଡା ଗ୍ରାମର ଦିଗାମ୍ବର ବାରିକ(୬୩) ବୋଲି ଜଣାପଡିଛି । ସେ ଗାଁ ପୋଖରୀରେ ଗାଧଉଥିବା ସମୟରେ ଗୋଡ଼ ଖସି ପାଣିରେ ବୁଡି ଯାଇଥିଲେ । ଘରକୁ ନଫେରିବାରୁ ଖୋଜାଖୋଜି ସମୟରେ ପୋଖରୀରେ ବୁଡି ଯାଇଥିବା ଜଣାପଡିବା ପରେ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ପାଟଣା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ବୃଦ୍ଧଙ୍କ ଶବକୁ ଉଦ୍ଧାର କରି ପାଟଣା ମେଡିକାଲକୁ ନେଇଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତୁରୁମୁଙ୍ଗା ପୋଲିସ କୁ ଖବର ଦିଆଯିବା ପରେ ତୁରୁମୁଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତକର ଶବକୁ ପାଟଣା ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର କୁ ହସ୍ତାନ୍ତର କରିଛନ୍ତି ।

Comments are closed.