ଡାବରଚୁଆ ଅଞ୍ଚଳରେ ହାତୀପଲ, ନଷ୍ଟ କଲେ ଧାନ ଫସଲ

ପାଟଣା: ପାଟଣା ବ୍ଲକ ଖିରେଇଟାଙ୍ଗିରୀ ପଞ୍ଚାୟତ ଡାବରଚୁଆ ଗ୍ରାମରେ ଚାଷଜମି ରେ ଗତ ରାତି ୧୨ ଟିକିଆ ଜଙ୍ଗଲି ହାତୀ ପଲ ପଶି ବ୍ୟାପକ ଧାନ ଫସଲ ଖାଇଥିବା ସହ ମାଡ଼ି ମକଚି ନଷ୍ଟ କରିଛନ୍ତି। ଡାବରଚୁଆ ଗ୍ରାମର ବିରଞ୍ଚି ମୁଣ୍ଡା ଙ୍କ ବିଲରେ ପଶି ବ୍ୟାପକ ଧାନ ଫସଲ ଖାଇବା ସହ ନଷ୍ଟ କରିଛନ୍ତି। ଏହି ହାତୀ ପଲ ହରିହରପୁର ଜଙ୍ଗଲ ରେ ଦିନବେଳେ ଡେରା ପକାଇ ଥିବା ବେଳେ ସଂନ୍ଧ୍ୟା ହେଲେ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ହାତୀପଲ କୁ ପାଟଣା ବନ ବିଭାଗ ନଜର ରଖିଛି।

Comments are closed.