ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଗାଡଓ୍ବାଲରେ ପିଟି ହେଲା କାର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ନମ୍ୱର ଜାତୀୟ ରାଜପଥର କାର୍ଗିଲ ଛକ ନିକଟ ପୋଲରେ ଆଜି ପୂର୍ବାହ୍ନରେ ଏକ କାର ଭାରସାମ୍ୟ ହରାଇ ପୋଲକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଫଳରେ କାରଟିର ସାମ୍ନା ଚକ ଦୁଇଟି ଗାଡ଼ିରୁ ବାହାରି ଯାଇଛି।

କାରଟି ପାଟଣାରୁ ସାହାରପଡା ଅଭିମୁଖେ ଯାଉଥିବା ସମୟରେ କାର୍ଗିଲ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ଥ ହୋଇଛି । କାରରେ ୪ଜଣ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି, ଗାଡ଼ି ମଧ୍ୟରେ ବେଲୁନ ସିଷ୍ଟମ ଥିବାରୁ ବଡ଼ ଦୁର୍ଘଟଣାରୁ ୪ଜଣ ବର୍ତ୍ତି ଯାଇଛନ୍ତି। ପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଦୁର୍ଘଟଣାର ତଦନ୍ତ କରିଛନ୍ତି।

Comments are closed.