ପ୍ରସ୍ତାବିତ ଜେଏମଏଫସି କୋର୍ଟ: ସାହାରପଡାବାସୀ ଖୁସ, ପାଟଣାବାସୀ ନିରାଶ

ପାଟଣା: ରାଜ୍ୟରେ ୩୮ଟି ନୂତନ ଜେଏମଏଫସି କୋର୍ଟ ପ୍ରତିଷ୍ଠା ନେଇ ଆଇନ ବିଭାଗ ତରଫରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ଜିଲା ସାହାରପଡା ବ୍ଲକରେ ଏକ ଜେଏମଏଫସି କୋର୍ଟ ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ସାହାରପଡା ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ତେବେ ପାଟଣା ମୁଖ୍ୟାଳୟରେ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲେ ହେଁ ପାଟଣାରେ କୋର୍ଟ ସ୍ଥାପନ ପାଇଁ ବିଜ୍ଞପ୍ତି ହୋଇ ନଥିବାରୁ ଏ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ସୂଚନା ଯୋଗ୍ୟ ଯେ ପାଟଣା ନିର୍ବାଚନ ମଣ୍ଡଳୀର ପାଟଣା ଓ ସାହାରପଡ଼ା ଦୁଇ ପ୍ରମୁଖ ବ୍ଲକ ହୋଇଥିବା ବେଳେ ପଡୋଶୀ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରୁ ମାତ୍ର ୩ କିମି ଦୂରରେ ଥିବା ସାହାରପଡ଼ାରେ ଜେଏମଏଫସି କୋର୍ଟ ସ୍ଥାପନ ଦ୍ଵାରା ଅଞ୍ଚଳର ଭୌଗଳିକ ସ୍ଥିତିକୁ ଧ୍ୟାନ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ପାଟଣାରେ ଜେଏମଏଫସି କୋର୍ଟ ସ୍ଥାପନ ନହେବା ଦ୍ୱାରା ପାଟଣାକୁ ଅଣଦେଖା କରାଯାଇଛି ବୋଲି ପାଟଣା ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ଇଂ ବିଦ୍ୟାଧର ଦାଶ, ଭାଜପା ନେତା ଗୌତମ ନାୟକ, ଭାଜପା ମହିଳା ନେତ୍ରୀ ଦାସମତି ଚାତାର କ୍ଷୋଭ ପ୍ରକାଶ କରିବା ସହ ପାଟଣାରେ ନୂତନ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ଦାବି ଦୋହରାଇଛନ୍ତି।

Comments are closed.