ବିଶ୍ଵ ଜନସଂଖ୍ୟା ସଚେତନତା ରଥ ଉଦଘାଟିତ

ପାଟଣା: ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରପକ୍ଷରୁ ଆଜି ବିଶ୍ୱ ଜନସଂଖ୍ୟା ସଚେତନତା ରଥ ବ୍ଲକ ଅଞ୍ଚଳ ପରିକ୍ରମା ଆରମ୍ଭ କରିଛି। ଆଜି ଏହି ରଥକୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡ ଶୁଭେନ୍ଦୁ ସାଗର କୁମାର ନାଏକ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ ଭାଗ୍ୟଶ୍ରୀ ପରିଡ଼ା ପତାକା ହଲାଇ ଉଦଘାଟନ କରିଛନ୍ତି।ଉଦଘାଟନ ପର୍ବରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ସରୋଜିନୀ ସେଠୀ, ବିଡିଏମ ରଞ୍ଜିତା ମହାନ୍ତ, ଏସଏ ଭାଗିରଥି ବେହେରା, ଭିବିଡିଟିଏସ ଜଗନ୍ନାଥ ସାହୁ, ବିଏନଏଲଡବଲ୍ୟୁ ପ୍ରଦୀପ କୁମାର ଦାଶ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ। ଏହି ରଥ ବ୍ଲକ ଅଞ୍ଚଳରେ ଜନସଂଖ୍ୟା ସ୍ଥିରତା ପାଇଁ ପରିବାର ନିୟୋଜନ ର ବିଭିନ୍ନ ପ୍ରକାର ପଦ୍ଧତି ଆପଣାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବ ବୋଲି ସୂଚନା ଦିଆଯାଇଛି।

Comments are closed.