ପାଟଣା ଲ୍ୟାମ୍ପସ ସଭାପତି ହେଲେ ରାମଚନ୍ଦ୍ର

ପାଟଣା: ପାଟଣା ବୃହଦାକାର ସମବାୟ ସମିତି (ପାଟଣା ଲ୍ୟାମ୍ପସ)ର ସଭାପତି ଭାବେ ଏହି ଲ୍ୟାମ୍ପସ ଅଧିନ ୫ ନମ୍ବର ଜୋନରୁ ନିର୍ବାଚିତ ପରିଚାଳନା ପରିଷଦ ସଦସ୍ୟ ରାମଚନ୍ଦ୍ର ନାୟକ ଏକମାତ୍ର ପ୍ରାର୍ଥୀ ରହିବାରୁ ସେ ସଭାପତି ହେବାକୁ ଯାଉଛନ୍ତି। ଆଜି ନିର୍ବାଚନ ଅଧିକାରୀ ଅଭୟ ରାଉତଙ୍କ ନିକଟରେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଯାଞ୍ଚ ପରେ ଏହା କାଏମ ରହିଛି। ଏକମାତ୍ର ପ୍ରାର୍ଥୀ ଥିବାରୁ ୧୩ ତାରିଖ ନିର୍ବାଚନର ଆଉ ଆବଶ୍ୟକତା ନଥିବା ସୂଚନା ମିଳିଛି। ଚିନାମାଳିପଶି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀରୁ ଅବସର ନେବା ପରେ ସେ ସମବାୟ ସେବା କ୍ଷେତ୍ରରେ ପାଦ ଦେଇଛନ୍ତି। ଆଜି ଜଣାଶୁଣା ସମବାୟ ନେତା କାନନବିହାରି ପହି, ଜିଲ୍ଲା ବିଜୁଜନତା ଦଳ ସଭାପତି ମାଧବ ସର୍ଦ୍ଦାର, ପାଟଣା ବ୍ଲକ ବିଜେଡି ସଭାପତି ମାଧବା ନନ୍ଦ ପୃଷ୍ଟି, ପୂର୍ବତନ ଲ୍ୟାମ୍ପସ ସଭାପତି ତଥା ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ପରିଚାଳନା ପରିଷଦ କେଶବ ଚନ୍ଦ୍ର ପଲେଇ ଓ ସତ୍ୟାନନ୍ଦ ବେହେରାଙ୍କ ସହ ଅନ୍ୟ ସମସ୍ତ ପରିଚାଳନା ପରିଷଦ ସଦସ୍ୟ ସଦସ୍ୟାଙ୍କ ଉପସ୍ଥିତିରେ ନୂତନ ସଭାପତି ରାମଚନ୍ଦ୍ର ନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି।

Comments are closed.