ଢେଙ୍କିକୋଟ ବାଳିକା ଉଚ୍ଚ ବିଦ୍ୟାଳୟର ବନ୍ୟା ଷଡ଼ଙ୍ଗୀଙ୍କ ସଫଳତା

ପାଟଣା: ଢେଙ୍କିକୋଟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ଚଳିତ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ମିଳିଛି। ଏହି ବିଦ୍ୟାଳୟର ଛାତ୍ରୀ ବନ୍ୟା ଷଡ଼ଙ୍ଗୀ ୫୬୨ ନମ୍ବର ରଖି ଏ-୧ ଗ୍ରେଡ ପାଇଛନ୍ତି। ବାଳିକା ଉଚ୍ଚ ବିଦ୍ୟାଳୟର ୫୬ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ସେମାନଙ୍କ ମଧ୍ୟରେ ଏ-୧ରେ ଜଣେ, ଏ-୨ରେ ଦୁଇ ଜଣ ଛାତ୍ରୀ ଅଛନ୍ତି। ସେହିପରି ପୁରାତନ ସତ୍ୟ ନାରାୟଣ ବିଦ୍ୟାପୀଠର ମୋଟ ୫୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଅକୃତକାର୍ଯ୍ୟ ହୋଇଛନ୍ତି। ଏହି ବିଦ୍ୟାଳୟରୁ ଏ-୨ରେ ୩ଜଣ ଏବଂ ବି-୧ରେ ୯ ଜଣ ପାସ କରିଛନ୍ତି।

Comments are closed.