ଦଶମ ବୋର୍ଡ ପରୀକ୍ଷାରେ ଶ୍ରୀ ଗୁରୁକୂଳର ସଫଳତା

ପାଟଣା: ଚଳିତ ବର୍ଷ ଶ୍ରୀ ଗୁରୁକୂଳ ମଡେଲ ସ୍କୁଲର ଦଶମ ବୋର୍ଡ ପରୀକ୍ଷା ଦେଇଥିବା ୫୭ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବା ସହିତ ଏ-୧ ଗ୍ରେଡରେ ୩ ଜଣ, ଏ-୨ ଗ୍ରେଡ଼ରେ ୪୯ ଜଣ ଏବଂ ସର୍ବନିମ୍ନ ୭୫% ରଖି ବି -୧ରେ ୫ ଜଣ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ସଫଳତା ଦୀର୍ଘ ଦିନ ହେଲା ଜାରି ରହିଛି। ଛାତ୍ରଛାତ୍ରୀଙ୍କ ସଫଳତାରେ ଅନୁଷ୍ଠାନର ପରିଚାଳନା ସଦସ୍ୟ, ଅନୁଷ୍ଠାନର ସଭାପତି, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। ପରୀକ୍ଷାରେ ଏ-୧ ପାଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜ୍ୟୋତିର୍ମୟୀ ନାଏକ, ଜ୍ୟୋତିଶଙ୍କର ମହାକୁଡ଼, ଜୋନେସ ବାରିକ ସର୍ବାଧିକ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣି ପାରିଛନ୍ତି।

Comments are closed.