କୋଇଲା ବୋଝେଇ ଟ୍ରକ ଓଲଟିଲା

ପାଟଣା: ୨୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପିପିଳିଆ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ନିକଟରେ କେନ୍ଦୁଝର ଆଡ଼କୁ ଯାଉଥିବା ଏକ ୧୪ ଚକିଆ କୋଇଲା ବୋଝାଇ ଟ୍ରକ୍ ଆଜି ସନ୍ଧ୍ୟାରେ ଓଲଟି ପଡ଼ିଛି। ଦୃତଗତି କାରଣରୁ ପିପିଳିଆ ମହାବିଦ୍ୟାଳୟ ଓ ପିପିଳିଆ ଛକ ମଧ୍ୟରେ ଭାରସାମ୍ୟ ହରାଇ ଟ୍ରକ୍ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଢେଙ୍କିକୋଟ ପୁଲିସ ଘଟଣାର ତଦନ୍ତ କରୁଛନ୍ତି।

Comments are closed.