ଢେଙ୍କିକୋଟ ବନକ୍ଷେତ୍ରରେ ଚାରା ରୋପଣର ଶୁଭାରମ୍ଭ

ପାଟଣା: ଢେଙ୍କିକୋଟ ବନକ୍ଷେତ୍ର ପକ୍ଷରୁ ବନ ମହୋତ୍ସବ ଅବସରରେ ଆଜି କପାସପଡା ଗ୍ରାମ୍ୟ ଜଙ୍ଗଲରେ ଚାରା ରୋପଣର ଶୁଭାରମ୍ଭ ଢେଙ୍କିକୋଟ ସରପଞ୍ଚ ଖଇର ନାଏକଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ବନପାଳ ରାମଚନ୍ଦ୍ର ନାୟକ, ବନରକ୍ଷୀ ଯୋଗେଶ୍ୱର ମାଝୀ, ବନ ସୁରକ୍ଷା ସମିତିର ସଭାପତି ଆଦିକନ୍ଦ ନାଏକ ଓ ସମସ୍ତ ସଦସ୍ୟ, ସ୍ବେଚ୍ଛାସେବୀ ସଙ୍ଗଠନ ପ୍ରକଳ୍ପର ରଣଜିତ ପଲେଇ ଓ କନ୍ଦର୍ପ ସେନ ମହାନ୍ତ ପ୍ରମୁଖ ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ଥିଲେ। କପାସପଡା ଜଙ୍ଗଲରେ ପ୍ରଥମ ଦିନରେ ଶାଳ, ପଣସ, ଜାମୁ, ଅର୍ଜୁନ ଓ ଅନ୍ୟାନ୍ୟ ଚାରାରୁ ୨୫୦ଟି ଚାରା ରୋପଣ କରାଯାଇଥିଲା।

Comments are closed.