ସେବା ଓ ସେବକ ସପ୍ତାହ ଅବସରରେ ରଥଯାତ୍ରାରେ ସଫେଇ

ପାଟଣା: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ପୁଣ୍ୟତିଥି ଅବସରରେ ସମଗ୍ର ଓଡ଼ିଶାରେ ଦୈନିକ ‘ସମାଜ’ ପକ୍ଷରୁ ସେବା ଓ ସେବକ ସପ୍ତାହ ୨୯ ଜୁନ ରୁ ୫ ଜୁଲାଇ ଯାଏଁ ପାଳନ କରାଯାଉଛି। ଏହି ଅବସରରେ ଆଜି ପାଟଣା ‘ସମାଜ’ ପ୍ରତିନିଧି ନୃସିଂହ ନାଥସିଂହ ଙ୍କ ଦ୍ଵାରା ସେବା ଓ ସେବକ ସପ୍ତାହ ପାଳନ କାର୍ୟ୍ୟକ୍ରମ ରେ ମଲିପଶି ରଥଯାତ୍ରା ରେ ରଥଦାଣ୍ଡ ସଫେଇ କରାଯାଇଥିଲା। ସଫେଇ ଅଭିଯାନ ରେ ପୂର୍ବତନ ପାଟଣା ବିଧାୟକ ହୃଷୀକେଶ ନାଏକ, ଜିଲା ପରିଷଦ ସଦସ୍ୟା ରୁନୁ ମହାନ୍ତ ରଥଦାଣ୍ଡରେ ପ୍ରଥମେ ସଫେଇ କରି କାର୍ୟ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ନାୟକ, ଓଡ଼ିଶା କୁଡମି ସେନା ଉପସଭାପତି ମିତ୍ରଭାନୁ ମହାନ୍ତ , ମୂଷାଖୋରୀ ସରପଞ୍ଚ ଭାମାମଣି ଦାସ, ଭୋଳାନାଥ ସେଠୀ,ସୁରେଶ ସାହୁ, ରବୀନ୍ଦ୍ର ପଲେଇ,ପ୍ରଦୀପ ନାୟକ, ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ପତି ,ଅଭିମନ୍ୟୁ ରାଉତ,ବିଜୟ କୁମାର କାରୁଆ, ଜିତେନ୍ଦ୍ର ସେଠୀ, ବିଜୟ ମହାନ୍ତ ଙ୍କ ସହ ରଥଯାତ୍ରା ସମିତିର ପାର୍ଥ ସାରଥି ବେଜ, ଅନାଦି ମହାନ୍ତ ଓ ସୁରେଶ ନାଏକ ପ୍ରମୁଖ ଏଥିରେ ସାମିଲ ଥିଲେ।

Comments are closed.