ସିଭିଲ୍ ଇଞ୍ଜିନିୟରିଂ ଛାତ୍ରଙ୍କ ଅଭିନବ ଉଦ୍ୟମ; ଛାତ ଉପରେ କରୁଛନ୍ତି ପରିବା ଚାଷ

ପାଟଣା: କରୋନା କଟକଣା ସମୟରେ ଅଧିକାଂଶ ଯୁବକ ଘରେ ହାତ ବାନ୍ଧି ବସିଛନ୍ତି। ତେବେ ଢେଙ୍କିକୋଟର ଜଣେ ସିଭିଲ ଇଂଜିନିୟରିଂ ପାସ୍ କରିଥିବା ଛାତ୍ରଙ୍କ ଛାତ ଉପରେ ପରିବାଚାଷ କରୁଛନ୍ତି। ତାଙ୍କର ଅଭିବନ ଉଦ୍ୟମରେ ପରିବା ଚାଷକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
ଢେଙ୍କିକୋଟର ନବକିଶୋର ସାହୁଙ୍କ ତୃତୀୟ ପୁତ୍ର ଜ୍ଞାନରଞ୍ଜନ ସାହୁ। ଲକ୍ ଡାଉନ୍ ସମୟରୁ ଢେଙ୍କିକୋଟରେ ପନିପରିବା ଦର ଆକାଶଛୁଆଁ ରହିଥିବା ବେଳେ ଦୁଇ ମାସ ହେଲା ଜ୍ଞାନରଞ୍ଜନ ଓରୋଫ୍ ଫୁକୁଲି ସାହୁ ନିଜ ତିନି ତାଲା ଘରର ଛାତ ଉପରେ ପରିବା ଚାଷ କରୁଛନ୍ତି। ପୁରୁଣା ପରିତ୍ୟକ୍ତ ବକ୍ସ ଟାଇପ୍ ସାଇନ୍ ବୋର୍ଡର ଉପର ବ୍ୟାନର ହଟାଇ ସେଥିରେ ମାଟି ଓ ଖତ ସାର ଦେଇ ସେ ବୋଇତାଳୁ, ପୋଇ, ଜହ୍ନି, ବିମ୍, ଲଙ୍କା ଓ ବାଇଗଣ ଆଦି ଲଗାଇଛନ୍ତି। ଗଚ୍ଛିତ ବର୍ଷା ଜଳ ସରିଗଲେ ଘରୁ ପାଣି ନେଇ ସେ ଚାଷକୁ ବଞ୍ଚାଇ ରଖିଛନ୍ତି। ମାତ୍ର ଦୁଇ ମାସ ସମୟରେ ସେ କରିଥିବା ଚାଷରୁ ବୋଇତାଳୁ, ପୋଇ, ଲଙ୍କା ଆଦି ଅମଳ କରି ସାରିଲେଣି। ବର୍ଷା ଜଳ ସଂରକ୍ଷଣ କରି ଜଣେ ସିଭିଲ ଇଂଜିନିୟରିଂ ପାସ୍ କରିଥିବା ଛାତ୍ର ଜ୍ଞାନରଞ୍ଜନଙ୍କ ପନିପରିବା ଚାଷ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଥିବା ବେଳେ ଏଥିପାଇଁ ତାଙ୍କୁ ସାଧାରଣରେ ମଧ୍ୟ ପ୍ରଶଂସା କରାଯାଉଛି।