ବର୍ଷା ପାଣିରେ ଭୁଷୁଡିଲା ଓଡିଶା ଆଦର୍ଶ ବିଦ୍ୟାଳୟର ନବ ନିର୍ମିତ ନିର୍ମାଣ ପାଚେରୀ

ପାଟଣା : କେନ୍ଦୁଝର ଜିଲା ସାହାରପଡା ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ନୂତନ ପାଚେରୀ କାର୍ଯ୍ୟ ଜାରି ରହିଛି l ହେଲେ ପାଚେରୀ କାମ ନିମ୍ନ ମାନର ହେଉଥିବା ହେତୁ ପାଚେରୀ ସମ୍ପୂର୍ଣ ଦୁର୍ବଳ ହୋଇରହିଛି। କିଛି କିଛି ସ୍ଥାନରେ ଫାଟ ପଡ଼ି ଥିବା ବେଳେ ବର୍ଷା ପାଣିରେ ୪୦ ଫୁଟରୁ ଅଧିକ ଲମ୍ବର ପାଚେରୀ ଭାଙ୍ଗି ମାଟିରେ ମିଶି ଯାଇଥିବା ଦେଖିବାକୁ ମିଳିଛି l ଏହି ପାଚେରୀ କାମ ସମ୍ପୂର୍ଣ ହେବାକୁ ବସିଲାଣି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଫଳକ ଲଗାଯାଇନାହିଁ। ପାଚେରୀ କାମ କିଭଳି ଚାଲିଛି ଏବଂ ଆଗକୁ ଏ ପାଚେରୀ କେତେ ଦିନ ଶେଷ ହେବ ସେଥିନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିମ୍ନ ମାନର କାମ ପ୍ରତି ଜିଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହଉଛି l

Comments are closed.