ନକଲି ବିଇଡି ପ୍ରମାଣପତ୍ର, ପ୍ରଧାନ ଶିକ୍ଷକ ନିଲମ୍ବିତ

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ବିଲା ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବେହେରାଙ୍କୁ ନିଲମ୍ବିତ କରାଯାଇଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ନଂ ୮୧୨ ତା ୨୧-୦୫-୨୦୨୨ ରିଖ ଅନୁସାରେ ଶ୍ରୀ ବେହେରାଙ୍କୁ ନିଲମ୍ବିତ କରାଯିବା ସହ ନିଲମ୍ବନ ଅବଧିରେ ସେ ଜିଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରତି କାର୍ଯ୍ୟଦିବସରେ ହାଜିରା ପକାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀ ବେହେରା ଦେଇଥିବା ଉତ୍କଳ ବିଶ୍ଵବିଦ୍ୟାଳୟର ବିଇଡି ପ୍ରମାଣ ପତ୍ର ନକଲି ବୋଲି ଜଣାପଡିବା ପରେ ଏପରି ପଦକ୍ଷେପ ନିଆଯାଇଛି।

 

ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଆହୁରି କିଛି ନକଲି ପ୍ରମାଣ ପତ୍ରଧାରୀ ଶିକ୍ଷକ ଥିବା ଓ କେତେକ ଅବସର ନେଇଥିବା ଚର୍ଚ୍ଚା ହେଉଥିବା ବେଳେ ପ୍ରମାଣ ପତ୍ର ଯାଞ୍ଚ ପ୍ରକ୍ରିୟାରେ ସ୍ୱଚ୍ଛତା ରହୁନଥିବା ପୂର୍ବରୁ ଅଭିଯୋଗ ଥିଲା। ଏବେବି ପ୍ରାଥମିକ ,ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ଅନେକ ଶିକ୍ଷକ ବାହାର ରାଜ୍ୟର ବିଇଡି ପ୍ରମାଣ ପତ୍ର ବଳରେ ଚାକିରି କରିଥିବାରୁ ଏମାନଙ୍କ ପ୍ରମାଣ ପତ୍ର ଯାଞ୍ଚ ପରିସରକୁ ନିଆଯିବାକୁ ମତ ପ୍ରକାଶ ପାଇଛି।

Comments are closed.