ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ବାଣକାଣ୍ଡ ନିଶ୍ଚିନ୍ତପୁର ସାହିରେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଲେ ଗ୍ରାମର ଗ୍ରାମର ସଞ୍ଜୟ ମୁଣ୍ଡାଙ୍କ ପତ୍ନୀ ପୁତକୁନି ମୁଣ୍ଡା ବୋଲି ଜଣାପଡିଛି। ମିଳିଥିବା ଖବର ଅନୁଯାୟୀ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହୋଇଥାଏ। ଗତରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ତେବେ ଆଜି ସକାଳୁ ଘର ଭିତରେ ପୁତୁକୁନିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ସ୍ୱାମୀ ସଞ୍ଜୟ। ଅନ୍ୟପଟେ ଖବର ପାଇ ପୁତୁକୁନିଙ୍କ ପରିବାର ଲୋକେ ଗ୍ରାମରେ ପହଞ୍ଚିଛନ୍ତି। ଖବର ପାଇ ପୁଲିସ ଘଟଗାଁ ଥାନା ଏସଆଇ ତପନ କୁମାର ଜେନା ଏବଂ ଏଏସଆଇ ପାଣ୍ଡବ ଜୟପୁରିଆ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତକର ମୃତଦେହକୁ ଉଦ୍ଧାର ପରେ ପାଟଣାରେ ବ୍ୟବଚ୍ଛେଦ କରାଇଛନ୍ତି। ତେବେ ପୁତୁକୁନି ମୁଣ୍ଡାଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ନା ତାକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୁପ ଦିଆଯାଇଛି ତାହା ମୃତଦେହ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

Comments are closed.