ସାହାରପଡା କ୍ଷେତ୍ରରେ ୮ ଘରିଆ ହାତୀପଲଙ୍କ ଉପଦ୍ରବ

ପାଟଣା: ପାଟଣା ବନାଞ୍ଚଳ ସାହାରପଡା ବନ ଇଲାକାରେ ୮ ଘରିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ହାତୀପଲ କରଞ୍ଜିଆ ବନାଞ୍ଚଳରୁ ଧଶେଇ ପଶି ସାହାରପଡା କ୍ଷେତ୍ର ଗୋରାଣ୍ଡିଯୋଡ଼ି ବିଟ ତଣ୍ଡ ଗ୍ରାମ ନିକଟ ଦେଓ ନଦୀ କୂଳରେ ଖରା ଦିନିଆଁ ଧାନ ଚାଷ ହୋଇଥିବା ଫସଲକୁ ଦଳିଚକଟି ନଷ୍ଟ କରିଛନ୍ତି ହାତୀପଲ l ସେହି ଗ୍ରାମର ରଣଜିତ ମୁଣ୍ଡା ଏବଂ ବେରେଗା ମୁଣ୍ଡାଙ୍କ କ୍ଷେତରେ ପାଚିଲା ଧାନ ନଷ୍ଟ କରି ପୁଣି କରଞ୍ଜିଆ ବନାଞ୍ଚଳ ଅଞ୍ଚଳକୁ ଫେରି ଯାଇଥିବା ହାତୀପଲଙ୍କ ମଧ୍ୟରେ ୪ ଟି ଛୁଆ ହାତୀ, ୩ ଟି ମାଈ ହାତୀ ଏବଂ ଗୋଟେ ଦନ୍ତା ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.