ରାଜନଗର ପ୍ରାଚୀନ ଦଧିବାମନ ଜୀଉ ମନ୍ଦିର ଓ ରଘୁନାଥ ଜୀଉ ମଠ ପାଇଁ କୋଠ ତହସିଲଦାର ନିଯୁକ୍ତି ହେଉ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ସ୍ଥିତ ପ୍ରାଚୀନ ଦଧିବାମନ ଜୀଉ ମନ୍ଦିର ଓ ରଘୁନାଥ ଜୀଉ ମଠ ପାଇଁ ନୂତନ କୋଠ ତହସିଲଦାର ଯଥାଶୀଘ୍ର ନିଯୁକ୍ତି ପାଇଁ ରାଜନଗର ସରପଞ୍ଚ ସୁଧାଂଶୁ ନାଏକଙ୍କ ସହ ଗ୍ରାମର ବହୁ ପ୍ରମୁଖ ବୁଦ୍ଧିଜୀବିଙ୍କ ପକ୍ଷରୁ ଜିଲାପାଳଙ୍କ ଠାରେ ଦାବି କରାଯାଇଛି । ପୂର୍ବତନ କୋଠ ତହସିଲଦାର ବିନୋଦ ବିହାରୀ ସିଂହ ବୟସାଧିକ କାରଣରୁ ପଦବୀରୁ ଓହରି ଯାଇଛନ୍ତି। ଯାହା ଫଳରେ ମଠ ଓ ମନ୍ଦିର ନୀତିକାନ୍ତି ପରିଚାଳନା ଗତ ଅସୁବିଧା ସୃଷ୍ଟି ହେଉଥିବା ଦାବିପତ୍ରରେ ଦର୍ଶାଯାଇଛି। ଆଗକୁ ରଥଯାତ୍ରା ଥିବାରୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ମନ୍ଦିର ଓ ମଠ ପାଇଁ ନୂତନ କୋଠ ତହସିଲଦାର ନିଯୁକ୍ତି ଦାବି କରାଯାଇଛି।

Comments are closed.