ରାଜନୀତି ବିଜ୍ଞାନରେ ଗବେଷଣା ପାଇଁ ଛାଡିଥିଲେ ସରକାରୀ କିରାଣି ଚାକିରି, ଏବେ ଜିଲା ପରିଷଦ ପ୍ରାର୍ଥୀ

ପାଟଣା: ରାଜନୀତି ବିଜ୍ଞାନରେ ଗବେଷଣା କରିବା ପାଇଁ କୋର୍ଟ ଚାକିରିରୁ ଇସ୍ତଫା ଦେଇଥିଲେ, ହେଲେ ଏବେ ସେ ପାଟଣା ବ୍ଲକ୍ ୨୧ ନମ୍ୱର୍ ଜୋନରୁ ଏସୟୁସିଆଇ (କମ୍ୟୁନିଷ୍ଟ) ଦଳର ଜିଲା ପରିଷଦର ପ୍ରାର୍ଥୀ ହୋଇଛନ୍ତି। ସେ ହେଉଛନ୍ତି ପାଟଣା ବ୍ଲକ ଯମୁନାପଶି ଗ୍ରାମର ଭୁବନାନନ୍ଦ ସର୍ଦ୍ଦାର (୩୩)। ଭୁବନାନନ୍ଦ ୨୦୧୦ ରେ ଧରଣୀଧର ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ କରିଥିଲେ। ପାଠ ପଢିବା ସମୟରେ ସେ ସର୍ବ ଭାରତୀୟ ଛାତ୍ର ସଂଗଠନ ଡିଏସଓର ସଙ୍ଗଠକ ଭାବେ କାର୍ଯ୍ୟ କରୁଥିଲେ। ଶିକ୍ଷା ସମାପ୍ତି ପରେ ସେ କେନ୍ଦୁଝର ଭିଜିଲାନ୍ସ କୋର୍ଟରେ କନିଷ୍ଠ କିରାଣି ଓ ଏହାପରେ ବଡ଼ବିଲ ଜେଏମଏଫସି କୋର୍ଟରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରିଥିଲେ।

 

ସେହିପରି ସେ ଚମ୍ପୁଆ ଜେଏମଏଫସିରେ ବରିଷ୍ଠ କିରାଣୀ ପେସ୍କାର ଭାବେ କାର୍ଯ୍ୟ କରୁଥିଲେ। ରାଜନୀତି ବିଜ୍ଞାନରେ ଗବେଷଣା କରିବାକୁ ଚାକିରି ଛାଡିଥିବା ଭୁବନାନନ୍ଦ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇ ୨୧ ନମ୍ବର ଜିଲା ପରିଷଦ ଆସନରୁ ଏସୟୁସିଆଇ(କମ୍ୟୁନିଷ୍ଟ)ରୁ ପ୍ରାର୍ଥୀ ହୋଇଛନ୍ତି। ସେ ବିବାହିତ ଓ ଘରେ ପତ୍ନୀ ପ୍ରତିଭା ସିଂଙ୍କ ପ୍ରେରଣା ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣିଥିବା ସେ କହିଛନ୍ତି।

Comments are closed.