ପିପିଳିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜାଦୀ କା ଅମୃତ ମହୋତ୍ସବ

ପାଟଣା: କେନ୍ଦୁଝର ଜିଲା ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନିରାକାର ସ୍ବାଇଁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟାପକ ଅଲେଖ ପ୍ରସାଦ ସାହୁ, ହେମନ୍ତ ମିଶ୍ର, ଅମୀୟ କୁମାର ରାଉତ, ଚନ୍ଦ୍ର ଶେଖର ଭୂୟାଁ, ଯତୀନ୍ଦ୍ର ସାହୁ ଓ ସମିର ସାହୁ, କାଞ୍ଚନ ଲତା ସାହୁ, ରଶ୍ମିତା ପୃଷ୍ଟି ଓ ଅନୁସ୍ମିତା ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

 

ପ୍ରବନ୍ଧ ବିଭାଗରେ ସଂଯୁକ୍ତା ମହାନ୍ତ, ଦୀପ୍ତିମୟୀ ନାଏକ ଓ କୁଞ୍ଜ ବିହାରି ନାୟକ, ସଙ୍ଗୀତରେ ଜସ୍ମିନ ବେହେରା, ସ୍ନେହଲତା ମହାନ୍ତ, ରେବତୀ ମୁଣ୍ଡା, ଭଗବତୀ ନାଏକଙ୍କ ସହ ନୃତ୍ୟରେ ଜସ୍ମିନୀ ବେହେରା, ରେବତୀ ମୁଣ୍ଡା ଓ ପ୍ରିତିମୟୀ ନାଏକଙ୍କୁ ପୁରସ୍କୃତ କରା ଯାଇଥିଲା।

Comments are closed.