ଡଳଙ୍ଗ ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ଡଳଙ୍ଗ ଗ୍ରାମ ଢିପା ସାହିର କିରଣ ନାଏକଙ୍କ ଘରେ ଆଜି ବିଳମ୍ୱିତ ସଂନ୍ଧ୍ୟାରେ କୈାଣସି କାରଣରୁ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଏହା ସହ ଘର ଭିତରେ ଥିବା ଧାନ ଚାଉଳ ସହ ବହୁ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଥିବା ବେଳେ ଖବର ଲେଖାହେବା ପର୍ୟ୍ୟନ୍ତ ନିଆଁ କୁ ଆୟତ କରି ପାରିନାହିଁ। ତେବେ ଅଗ୍ନିକାଣ୍ଡରେ ୨ ବଖରା ଟାଇଲ ଘର ଓ ଗୋଟିଏ ବଖରା ଚାଳ ଘର ପୋଡି ନଷ୍ଟ ହୋଇଯାଇଛି।

Comments are closed.