ବିଦ୍ୟୁତ ବିଚରଣ କେନ୍ଦ୍ର ପ୍ୟାନେଲ ବୋର୍ଡରେ ଅଗ୍ନିକାଣ୍ଡ

ପାଟଣା: କେନ୍ଦୁଝର ଜିଲ୍ଲା ବିଦ୍ୟୁତ ବିଚରଣ କେନ୍ଦ୍ରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। କାର୍ଯ୍ୟାଳୟ ଭିତରେ ଥିବା ପ୍ୟାନେଲ୍ ବୋର୍ଡରେ ସଟସର୍କିଟ ହେବା ଫଳରେ ନିଆଁ ଉତ୍ପର୍ଣ୍ଣ ହୋଇ ପ୍ୟାନେଲ୍ ବୋର୍ଡରେ ଲାଗିଥିବା ସମସ୍ତ ଯନ୍ତ୍ରାଂଶ ପୋଡି ପାଉଁଶ ହୋଇଯାଇଛି। ବିଦ୍ୟୁତ ବିଭାଗ ପକ୍ଷରୁ ଆହାରପଡା ଅଗ୍ନିଶମ କେନ୍ଦ୍ରକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ତୁରନ୍ତ ପହଞ୍ଚି ନିଆଁକୁ ସମ୍ପୂର୍ଣ ଆୟତ୍ତ କରିଛନ୍ତି। ଅଗ୍ନିଶମ ବିଭାଗ ପହଁଚିବା ପୂର୍ବରୁ ବିଦ୍ୟୁତ ବିଭାଗର କର୍ମଚାରୀ ବିଜୁଳି କାଟ କରିବା ସହିତ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଚେଷ୍ଠା ଜାରି ରଖି ଥିଲେ। ଏହି ଘଟଣା ଘଟିବା ପରେ ସାହାରପଡା ଅଞ୍ଚଳରେ ବିଦ୍ୟୁତ ସେବା ଠପ୍ ହୋଇଯାଇଛି।

Comments are closed.