ରାତିରେ ଶୋଇଥିବାବେଳେ କାମୁଡ଼ିଲା ବିଷଧର ସାପ, ନାବାଳିକା ମୃତ୍ୟୁ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତ କୋଡଖମଣ ଗ୍ରାମରେ ଆଜି ସାପ କାମୁଡାରେ ଜଣେ ନାବାଳିବାର ମୃତ୍ୟୁ ହୋଇଛି। ମୃତ ନାବାଳିକା ଗ୍ରାମର ମାଛୁ ମୁଣ୍ଡାଙ୍କ ୧୬ବର୍ଷର ଝିଅ ସୁନାମଣି ମୁଣ୍ଡା ବୋଲି ଜଣାପଡିଛି ।

ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ଆଜି ସକାଳୁ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Comments are closed.