ଗାଧୋଇବା ବେଳେ ପାଣିରେ ବୁଡି ବୃଦ୍ଧା ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ପଞ୍ଚାୟତ ଡେଣୁଆ ଗ୍ରାମରେ ପାଣିରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ଡେଣୁଆ ଗ୍ରାମର ମେନକି ନାଏକ (୬୬) ଆଜି ଦିନ ୧୧ଟା ବେଳେ ଘରପାଖ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ତାଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ। ଦିନ ଗୋଟାଏ ଯାଏ ଘରକୁ ନଫେରିବାରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା । ଖୋଜାଖୋଜି ସମୟରେ ପୋଖରୀରେ ସେ ପ୍ରାଣ ହରାଇଥିବା ଜଣାପଡିଥିଲା । ସାହି ଲୋକେ ତାଙ୍କୁ ପାଣିରୁ ଉଦ୍ଧାର କରିବା ସହ ଏ ସମ୍ପର୍କରେ ତୁରୁମୁଙ୍ଗା ପୁଲିସକୁ ଜଣାଇଥିଲେ । ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମେନକିଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ।

Comments are closed.