କରୋନା ଶୃଙ୍ଖଳ ଭାଙ୍ଗିବାକୁ ପାଟଣା ବଜାର ଅଞ୍ଚଳକୁ ଶନିବାର ଓ ରବିବାର ବନ୍ଦ ଘୋଷଣା

ପାଟଣା:  ପାଟଣା ବ୍ଲକ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତରେ ଗୋଟିଏ ପରେ ଗୋଟିଏ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛି। ଏଭଳି ପରିସ୍ଥିତିକୁ ଗମ୍ଭୀରତାର ସହ ନେଇଛି ପାଟଣା ବ୍ୟବସାୟୀ ସଂଘ। ସ୍ଥାନୀୟ ଅଞ୍ଚଳରୁ କରୋନା ଶୃଙ୍ଖଳ ଭାଙ୍ଗିବାକୁ ମେ’ ମାସର ପ୍ରଥମ ଶନିବାର ରବିବାର ସହ ଦ୍ୱିତୀୟ ଶନିବାର ଓ ରବିବାର ବଜାର ଅଞ୍ଚଳର ସମସ୍ତ ବାଣିଜ୍ୟକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ପାଟଣା ବ୍ୟବସାୟୀ ସଂଘ ପକ୍ଷରୁ ବୁଲୁ ଭଞ୍ଜ ଓ ଅଜୟ କୁମାର ଦାଶ ସୂଚନା ଦେଇଛନ୍ତି। ଔଷଧ ଦୋକାନ ଓ କ୍ଷୀର ଦୋକାନକୁ ବନ୍ଦ ରୁ ବାଦ୍ ଦିଆଯାଇଛି  ବୋଲି ସେମାନେ କହିଛନ୍ତି।

Comments are closed.