ବିହାର କଂଗ୍ରେସ କାର୍ଯ୍ୟାଳୟ ସାଦକତ ଆଶ୍ରମରେ ଆୟକର ଚଢ଼ଉ

ବିହାର ନିର୍ବାଚନ ଲାଗି ରାଜ୍ୟ ରାଜନୀତି ସରଗରମ । ଏପରି ସ୍ଥିତିରେ ଆୟକର ବିଭାଗ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟ ସାଦକତ ଆଶ୍ରମରେ ଆୟକର ଚଢ଼ଉ ହୋଇଛି । କାର୍ଯ୍ୟାଳୟରୁ ନଗଦ ଲକ୍ଷଲକ୍ଷ ଟଙ୍କା ଜବତ କରାଯାଇଥିବା କୁହାଯାଉଛି । ଏ ସମ୍ପର୍କରେ ଆୟକର ବିଭାଗ ଅଧିକାରୀମାନେ ଆଶ୍ରମରେ ଉପସ୍ଥିତ ଥିବା ନେତାମାନଙ୍କୁ ପଚରାଉଚରା ଚଳାଇଛନ୍ତି । କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଆୟକର ବିଭାଗ ପକ୍ଷରୁ ମଧ୍ୟ ଏକ ନୋଟିସ ଲଗାଯାଇଛି ।

କୁହାଯାଉଛି ଯେ ଏହି ଚଢ଼ଉ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ​​ଯେଉଁଥିରେ ଅନେକ ନେତାଙ୍କୁ ଟଙ୍କା କାରବାର ସମ୍ପର୍କରେ ପ୍ରଶ୍ନ କରାଯାଇଛି। କଳାଧନ ସଂକ୍ରାନ୍ତ ଯାଞ୍ଚରେ କିଛି ସ୍ଥାନୀୟ ନେତାଙ୍କ ସମ୍ପୃକ୍ତି ଥିବା ମଧ୍ୟ ଆୟକର ବିଭାଗ ସନ୍ଦେହ କରୁଛି ।

Comments are closed.