ତଣ୍ଡିବେଡା ଗାଁକୁ ଫେରିଲେ ୧୪ ଶ୍ରମିକ

ପାଟଣା : ଅନୁଗୁଳ ଜିଲ୍ଲାରେ ଶ୍ରମଜୀବୀ ଭାବେ ରହି ଜୀବିକା ନିର୍ବାହ କରୁଥିବା ୧୪ ଜଣ ଶ୍ରମିକ ଆଜି ପ୍ରଶାସନ ସହାୟତାରେ ନିଜ ନିଜ ଘରକୁ ଫେରିଛନ୍ତି। ସମସ୍ତ ଫେରନ୍ତା ଶ୍ରମିକଙ୍କ ଘର ଘଟଗାଁ ବ୍ଲକ ଖଣ୍ଟଘର ପଞ୍ଚାୟତ ତଣ୍ଡିବେଡା ଗାଁରେ ବୋଲି ଜଣାପଡିଛି। ଅନୁଗୁଳ ଜିଲ୍ଲାପାଳ ଏହି ଶ୍ରମିକମାନଙ୍କୁ ସେଠାରେ ନିୟମାନୁଯାୟୀ କ୍ବାରେଣ୍ଟାଇନରେ ରଖିବା ପରେ ଏକ ସ୍ୱତନ୍ତ୍ର ପତ୍ର ଲେଖି କେନ୍ଦୁଝର ଜିଲ୍ଲାପାଳଙ୍କୁ ଶ୍ରମିକମାନଙ୍କ ଘର ବାହୁଡାରେ ସହାୟତା କରିବାକୁ ଅନୁରୋଧ କରିଥିଲେ। ଏଥିପାଇଁ ଜିଲ୍ଲାପାଳ, କେନ୍ଦୁଝରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସୌଜନ୍ୟରୁ ଏକ ବୋଲେରୋ ଗାଡ଼ିରେ ଆଣି ତଣ୍ଡିବେଡାରେ ଘଟଗାଁ ବ୍ଲକ ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ଖଣ୍ଟଘର ସରପଞ୍ଚ ଈଶ୍ୱର ଚନ୍ଦ୍ର ନାୟକ ଓ ନିର୍ବାହୀ ଅଧିକାରୀ ରୋହିତ ମହାନ୍ତଙ୍କ ଜିମା ଦେଇଥିଲେ। ବ୍ଲକ ଏବିଡ଼ିଓ ଶ୍ରୀ ନାୟକ ଏହି ଶ୍ରମଜୀବୀମାନଙ୍କୁ ସାମାଜିକ ଦୂରତ୍ୱ ନିୟମ ମାନିବା ସହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ।

Comments are closed.