କହ୍ନେୟା କୁମାରଙ୍କ ଉପରେ ଆକ୍ରମଣ

ପାଟନା : ଜେଏନୟୁର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାରଙ୍କ ଉପରେ ଆକ୍ରମଣ ହୋଇଛି। ସିଏଏ, ଏନଆରସି ଓ ଏନପିଆର ବିରୋଧରେ ପ୍ରଚାର ଲାଗି କହ୍ନେୟା ବିହାରରେ ଶୋଭାଯାତ୍ରା ଚଳାଇଥିବାବେଳେ ବୁଧବାର ସନ୍ଧ୍ୟାରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଶୋଭାଯାତ୍ରା ଉପରକୁ କେତକ ଯୁବକ ଟେକା ପଥର ମାଡ କରିଥିଲେ। ମାତ୍ର ଏଥିରେ କହ୍ନେୟାଙ୍କର କୌଣସି କ୍ଷତି ହୋଇନାହିଁ। ଟେକାମାଡରେ ତାଙ୍କର ଏକ ଗାଡି ନଷ୍ଟ ହୋଇଥିବାବେଳେ ଏହାର ଚାଳକ ଆହତ ହୋଇଛନ୍ତି।

Comments are closed.