ନାବାଳିକାର ଜୀବନ ନେଲା ନୂଆବର୍ଷ ଭୋଜି

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଖମୁଆଁ ଗ୍ରାମରେ ନୂଆବର୍ଷରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳିକା ନୂଆବର୍ଷରେ ଭୋଜିଖାଇବାକୁ ଯାଇ ନ ପାରି ରାଗରେ ରକ୍ତଚାପ(ବ୍ଲଡ଼ ପ୍ରେସର) ଔଷଧ ଖାଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି।

ସୂଚନା ଅନୁଯାୟୀ, ବୁଧବାର ଚାରିଆଡ଼େ ନୂଆବର୍ଷ ପାଇଁ ଭୋଜି ହେଉଥିବା ବେଳେ ଖମୁଆଁ ଗ୍ରାମର ପର୍ଶୁରାମ ନାଏକଙ୍କ  ୧୭ବର୍ଷର ଝିଅ ଭୋଜିକୁ ଯାଇ ନ ପାରିବା କାରଣରୁ ତାଙ୍କ ମା’ଙ୍କ ସହ ଝଗଡା କରିଥିଲା। ଏଥିରେ ସେ ମାନସିକ ଭାରସମ୍ୟ ହରାଇ ବାପାଙ୍କ ରକ୍ତଚାପ ଔଷଧ ଖାଇ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

Comments are closed.