ଅବକାରୀ ବିଭାଗର ଚଢାଉ ବିପୁଳ ପରିମାଣର ପୋଚ ସହ ୫ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୨୨ ଲିଟର ମହୁଲି ମଦ ଜବତ କରିବା ସହ ୮ କ୍ବୁଣ୍ଟାଲ ପୋଚ ନଷ୍ଟ କରି ମଦ ତିଆରି ସରଞ୍ଜାମକୁ ଜବତ କରିଛନ୍ତି । ମଦ ପ୍ରସ୍ତୁତ କରୁଥିବା ଲୋକମାନେ କୋୖଣସି ସୂତ୍ରରୁ ଆଗୁଆ ସୂଚନା ପାଇ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ଜବତ ମହୁଲ ପୋଚକୁ ଅବକାରୀ ବିଭାଗ ଏକ ନାଳରେ ଢାଳି ଦେଇଛି । ସାହାରପଡା ବ୍ଲକ ପିଙ୍ଗୁ ପାଟଣା ଗ୍ରାମର ମନୋଜ ଟୁଡୁ(୩୫)ଙ୍କ ଠାରୁ ୩୦ଲିଟର, ସାଲଗେ ମାଝି(୪୮) ଠାରୁ ୨୦ ଲିଟର ଓ ରାଧାପୁର ଗ୍ରାମର ଗୌତମ ବେହେରା(୫୫)ଙ୍କ ଠାରୁ ୨୪ ଲିଟର, ସୁରେନ୍ଦ୍ର ବେହେରାଙ୍କ ଠାରୁ ୩୫ଲିଟର ଓ ଦିଲୀପ ବେହେରାଙ୍କ ଠାରୁ ୩୩ ଲିଟର ମହୁଲି ମଦ ଜବତ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ପାଟଣା ଅବକାରୀ ସବ୍ଇନସ୍ପେକ୍ଟର ଦିଲ୍ଲୀପ କୁମାର ତାଣ୍ଡି ଓ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ସାମିଲ ଥିବା ଜଣାପଡିଛି ।

Comments are closed.