ବିଦ୍ୟୁତ ଆଘାତରେ ଗୁରୁତର ମହିଳାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ 

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ବଡ ଗମ୍ଭାରିଆ ଗ୍ରାମର ଉଗ୍ରସେନ ମହାନ୍ତଙ୍କ ପତ୍ନୀ ଉମାମଣୀ ମହାନ୍ତ (୫୦) ଟୁଲୁ ପମ୍ପ ଯୋଗେ ପନିପରିବା ଚାଷରେ ପାଣି ମଡାଉଥିବା ସମୟରେ ଟୁଲୁ ପମ୍ପ ତାରରେ ସଟ ସର୍କିଟ୍ କାରଣରୁ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ଉମାମଣୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ତୁରୁମୁଙ୍ଗା ପୁଲିସ ଆଜି କେନ୍ଦୁଝରରେ ଉମାମଣୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।

Comments are closed.