ସାହରପଡା ବ୍ଲକ ଅଞ୍ଚଳରୁ ଆଉ ୨ କରୋନା ପଜିଟିଭ ଚିହ୍ନଟ

ପାଟଣା : ସାହରପଡା ଅଞ୍ଚଳରୁ ଆଜି ଆଉ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ଗୁଜରାଟ ଫେରନ୍ତା ବୋଲି ଜଣାପଡିଛି । ଏହି ବ୍ଲକ ଅନ୍ତର୍ଗତ ମାଛଗଡ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଥିବା ଗୁଜରାଟ ଫେରନ୍ତା ଜଣେ ୨୨ ବର୍ଷ ଓ ଜଣେ ୨୪ ବର୍ଷର ଯୁବକଙ୍କ ସ୍ଵାବ ନମୁନା କରୋନା ପଜିଟିଭ ଆସିବା ପରେ ଆଜି ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନଙ୍କ ସହ ପାଟଣା ଥାନା ଅଧିକାରୀ ସୋମନାଥ ଜେନା ଓ ସାହାରପଡା ବି.ଡି.ଓ ଭାଗିରଥି ମାଲିକ, ତହସିଲଦାର ଲମ୍ବୋଦର ଖୁଣ୍ଟିଆ ପ୍ରମୁଖ ମାଛଗଡ ଯାଇ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟଙ୍କୁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପଠାଇଛନ୍ତି। ଏବେ ମାଛଗଡରେ ୩୪ ଜଣ ପ୍ରବାସୀ ସଙ୍ଗରୋଧରେ ରହୁଛନ୍ତି । ଆଜିର ୨ ଜଣଙ୍କୁ ମିଶାଇଲେ ସାହାରପଡା ବ୍ଲକରେ କରୋନା ପଜିଟିଭ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

Comments are closed.