ପୋଖରୀରେ ବୁଡି ଯୁବକ ମୃତ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡମଶିଣାବିଲା ପଂଚାୟତ ମେଦିନୀପୁର ଗ୍ରାମର ଭଦ୍ରୁ ମହାକୁଡଙ୍କ ପୁଅ ଗୁରୁଚରଣ ମହାକୁଡ (୨୫) ଗତକାଲି ଗାଧୋଇବା ସମୟରେ ଗୋଡ ଖସି ଗଭୀର ପାଣିରେ ବୁଡିଯାଇ ଗୁରୁତର ହୋଇଥିଲେ । ଗୁରୁଚରଣଙ୍କୁ ପ୍ରଥମେ ଘଟଗାଁ ଓ ସେଠାରୁ କେନ୍ଦୁଝର ଡାକ୍ତରଖାନାକୁ ନିଆଯାଇଥିଲା । କେନ୍ଦୁଝର ଡାକ୍ତରଖାନାରେ ଗୁରୁଚରଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପୁଲିସ ପକ୍ଷରୁ ମୃତଦେହ ବ୍ୟବଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଲକଡାଉନ ସମୟରେ ଗୁରୁଚରଣ ବାଙ୍ଗାଲୋରରୁ ନିଜ ଗ୍ରାମକୁ ଫେରିଥିବାବେଳେ ତାଙ୍କର ଅକାଳ ମୃତ୍ୟୁ ଯୋଗୁଁ ଗ୍ରାମରେ ଶୋକର ଲହରୀ ଖେଳିଯାଇଛି ।

Comments are closed.