ପ୍ରଥମ ଦିନରେ ବସ ଚଳାଇ ମାଲିକ ହତାଶ : ୨୧୦ କି.ମି ବସ୍ ଚଳାଚଳରେ ଚାରିଶହ ଟଙ୍କା ଆୟ

ପାଟଣା : ସାହାରପଡା ବ୍ଲକର ଦମାହୁଦାରୁ ଯୋଡା ବ୍ଲକର ବାମେବାରୀକୁ ଚଳାଚଳ କରୁଥିବା ଝୁମଝୁମ ବର୍ଷା ନାମକ ଏକ ବସ୍ ଆଜିଠାରୁ ଚଳାଚଳ କରିବା ପାଇଁ ଢେଙ୍କିକୋଟର ବସମାଲିକ ଅବସରପ୍ରାପ୍ତ ସେନା କର୍ମଚାରୀ ଦୁଃଖବନ୍ଧୁ ବାରିକ ଗତ ସନ୍ଧ୍ୟାରେ ଖାଲି ବସଟିକୁ ୫୦ କିମି ଦୂର ଦମାହୁଦାକୁ ପଠାଇଥିଲେ। ଆଜି ସକାଳୁ ଦମାହୁଦାରୁ ବସଟି ବାମେବାରୀ ଅଭିମୁଖେ ବାହାରିଥିଲା। ଖଣ୍ଡିଏ ମାତ୍ର ବସ୍ ରାସ୍ତାକୁ ଓହ୍ଲାଇ ଥିବାରୁ ତେଲଖର୍ଚ୍ଚ ଉଠିଯିବ ବୋଲି ମାଲିକ ଆଶା ରଖିଥିଲେ। ମାତ୍ର ଫଳ ଓଲଟା ଦେଖିବାକୁ ମିଳିଛି। ବସଟି ଦମାହୁଦାରୁ ଭାୟା ଢେଙ୍କିକୋଟ ହୋଇ କେନ୍ଦୁଝରରେ ପହଁଚିବା ବେଳକୁ କଣ୍ଡକ୍ଟରଙ୍କ ହାତକୁ ମାତ୍ର ୪ ଶହ ୫ଟଙ୍କା ଆସିଥିଲା। ତଥାପି ମାଲିକ ତେଲ ଟାଙ୍କି ପୁରା କରି ଛାଡିଥିବାରୁ ବସଟିକୁ ବାମେବେରୀ ଯିବାକୁ ଷ୍ଟାଣ୍ଡରେ ଲଗାଇଥିଲେ ମଧ୍ୟ ଜଣେ ହେଲେ ଯାତ୍ରୀ ନ ମିଳିବାରୁ ମାଲିକଙ୍କ ନିର୍ଦ୍ଦେଶ କ୍ରମେ ବସଟିକୁ ପୁନଃ ଦାମାହୁଦା ଫେରାଇ ଅଣାଯାଇଛି। ବସଟି ଫେରି ଆସିବା ପରେ ମାଲିକ କଣ୍ଡକ୍ଟରକୁ ଟଙ୍କା ମାଗିବେ କଅଣ ଓଲଟି ଚାଳକ, କଣ୍ଡକ୍ଟର ଓ ହେଲପରଙ୍କୁ ମୋଟ ଏକ ହଜାର ଟଙ୍କା ଖର୍ଚ୍ଚ ଦେଇଛନ୍ତି।

Comments are closed.