ଏରେଣ୍ଡେଇ ପଞ୍ଚାୟତକୁ ୪୮ ଘଣ୍ଟା ସଟ୍ ଡାଉନ୍ କଲେ ସରପଞ୍ଚ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତକୁ ଆଜି ପୂର୍ବାହ୍ନ ୧୦ଘଟିକା ଠାରୁ ୩ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ୪୮ଘଣ୍ଟା ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ପାର୍ବତୀ ଦେହୁରୀ। ଗତକାଲି ସନ୍ଧ୍ୟାରେ ମହାରାଷ୍ଟ୍ରରୁ ଅନ୍ୟମାନଙ୍କ ଅଜାଣତରେ ଏରେଣ୍ଡେଇ ଗ୍ରାମକୁ ଫେରୁଥିବା ଜଣେ ପ୍ରବାସୀ ବହୁ ଲୋକଙ୍କ ସହ ମିଳାମିଶା କରିଥିବା ଖବର ମିଳିବା ପରେ ପିଇଓ ସୁଧାଂଶୁ ପାଇକରାୟ ଓ ଗ୍ରାମରୋଜଗାର ସେବକ ତ୍ରିନାଥ ମହାନ୍ତ ଉକ୍ତ ପ୍ରବାସୀ ଯୁବକଙ୍କୁ ଆଜି ସକାଳେ ଠାବ କରି ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖାଇଛନ୍ତି। ପଞ୍ଚାୟତ ପକ୍ଷରୁ ଗ୍ରାମକୁ ସାନିଟାଇଜେସନ୍ କରିବା ପାଇଁ ଅଗ୍ନିଶମ ବିଭାଗକୁ କୁହାଯାଇଥିବା ବେଳେ ସରପଞ୍ଚ ପଞ୍ଚାୟତ ମୁଖ୍ୟାଳୟ ଏରେଣ୍ଡେଇ ଗ୍ରାମକୁ ଆଜି ସକାଳ ୧୦ଟା ଠାରୁ ବୁଧବାର ସକାଳ ୧୦ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି।

Comments are closed.